Odisha Link
Bridging the Missing Links in Odisha

ଆଜି ଅଣସରର ତ୍ରୟୋଦଶୀ, ଶ୍ରୀବିଗ୍ରହଙ୍କ ନିକଟରେ ଅନୁଷ୍ଠିତ ହେବ ଘଣାଲାଗି ନୀତି

ଓଏଲ୍‌ ବ୍ୟୁରୋ: ଆଜି ଆଷାଢ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଆଜି ଅଣବସର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଏ ନେଇ ଗତକାଲିଠାରୁ ସୁନା କୂଅରୁ ତିନି ଗରା ଜଳ ସୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ପରେ ଦିବ୍ୟ ପ୍ରଲେପ ଖଳିକୁ ପ୍ରସ୍ତୁତ କରାଯାଇଛି। ଆଜି ଶ୍ରୀଜୀଉଙ୍କୁ ଘଣା ଲାଗି ପରେ ସେହି ଖଳିକୁ ସୁଦ୍ଧସୁଆରଙ୍କ ଘରୁ ଘଣ୍ଟ ଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ଥ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡିବ। ଏଥିସହ ସହ ଦଇତାପତି ମାନେ ଶ୍ରୀଜୀଉଙ୍କ ଶ୍ରୀପୟର ମୁଦା ନୀତି ମଧ୍ୟ ସମ୍ପାଦନ କରିବେ।