Odisha Link
Bridging the Missing Links in Odisha

ଏଥର ଭୋଟ୍ ଦେବେ ୯୬ କୋଟିରୁ ଅଧିକ ଭୋଟର: ନିର୍ବାଚନ ଆୟୋଗ

ଓଏଲ୍‌ ବ୍ୟୁରୋ: ବାଜିଲାଣି ସାଧାରଣ ନିର୍ବାଚନ ବିଗୁଲ। ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଏହି ରେସ ଆରମ୍ଭ ହୋଇଛି। ତେବେ ଏଥର ନିର୍ବାଚନରେ ୯୬ କୋଟି ୮୮ ଲକ୍ଷ ଲୋକ ଭୋଟ ଦେବେ ବୋଲି ପଞ୍ଜିକୃତ କରିଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଜାରି ହୋଇଛି।

ଅନ୍ୟପଟେ, ନିର୍ବାଚନ କମିଶନ ଓ ଅଧିକାରୀ ମାନେ ଓଡ଼ିଶା ଆସି ଏଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି। ଏହାସହିତ ରାଜ୍ୟ ପଦାଧିକାରୀଙ୍କ ସହ ସମୀକ୍ଷା କରିବେ। ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏହି ସମୀକ୍ଷା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସୂଚନା ଜାରି ହୋଇଛି।