ନିଜକୁ ହତ୍ୟା ପାଇଁ ସୁପାରୀ!

ନୂଆଦିଲ୍ଲୀ: ବୀମା ରାଶି ପାଇବା ପାଇଁ ଜଣେ ଯୁବକ ନିଜକୁ ହତ୍ୟା କରାଇଲା। ନିଜକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା। ନିଜକୁ ହତ୍ୟା କରିବା ପାଇଁ ୮୦ ହଜାର ଟଙ୍କାର ସୁପାରୀ ଦେଲା ଜଣେ ଯୁବକ। ୫୦ ଲକ୍ଷ ଟଙ୍କାର ବୀମା ରାଶି ପାଇବାକୁ ଜଣେ ଯୁବକ ନିଜକୁ ହତ୍ୟା କରାଇବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ୨ ଜଣ ସୁପାରୀ କିଲରଙ୍କୁ ଧରି ରାଜସ୍ଥାନ ପୁଲିସ ଘଟଣାର ପର୍ଦ୍ଧାଫାସ କରିଛି।
ପ୍ରକାଶ ଯେ, ମୃତ ଯୁବକ ଜଣକ ହେଲେ ବଲବୀର ଖରୋଲ। ତାଙ୍କ ଘର ରାଜସ୍ଥାନର ଭିଲୱାରା ଅଞ୍ଚଳରେ। ବଲବୀରଙ୍କ ପରିବାର ଲୋକେ ଆର୍ଥିକ ସଙ୍କଟରେ ଗତି କରୁଥିଲେ। ପରିବାରର ସ୍ୱଚ୍ଛଳତା ପାଇଁ ବୀମା ଟଙ୍କା ପାଇବାକୁ ବଲବୀର ଯୋଜନା କରିଥିଲା। ଏନେଇ ନିଜେ ହତ୍ୟା ହେଲେ ହିଁ ବୀମା ଟଙ୍କା ମିଳିବ ବୋଲି ବଲବୀର ଭାବିଥିଲା। ଯୋଜନା ମୁତାବକ ଦୁଇ ହତ୍ୟାକାରୀଙ୍କୁ ବଲବୀର ସୁପାରି ଦେଇଥିଲା। ହତ୍ୟାକରୀ ଦୁହେଁ ବଲବୀରର ବେକକୁ ଦଉଡ଼ିରେ ଚିପି ମାରି ଦେଇଥିଲେ।