Odisha Link
Bridging the Missing Links in Odisha

ପୁରୀରେ ମଣିପୁର ରାଜ୍ୟପାଳ; ମହାପ୍ରଭୁଙ୍କୁ କଲେ ଦର୍ଶନ

ଓଏଲ୍‌ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ଏହାରି ମଧ୍ୟରେ ପୁରୀ ଗସ୍ତରେ ଆସିଛନ୍ତି ମଣିପୁର ରାଜ୍ୟପାଳ ଅନୁସୂୟା। ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ମଣିପୁର ରାଜ୍ୟପାଳ। ପୁରୀ ପ୍ରଶାସନ ତରଫରୁ ରାଜ୍ୟପାଳଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଦେଶରେ ନିର୍ବାଚନୀ ମାହୋଲ ଥିବାରୁ ଖୁସିର ବାତାବରଣ, ହିଂସା ଦୂର ଲାଗି ପ୍ରାର୍ଥନା କରିଥିବା ସେ କହିଛନ୍ତି।