ଅମିତ ଶାହା ୫ ଲକ୍ଷ ଓ ନରେନ୍ଦ୍ର ମୋଦି ୪ ଲକ୍ଷ ଭୋଟ୍ରେ ଆଗୁଆ

ନୂଆଦିଲ୍ଲୀ: ନିର୍ବାଚନ କମିସନ୍ଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରେ ୪ ଲକ୍ଷ ଭୋଟ୍ରେ ଆଗୁଆ ରହିଛନ୍ତି। ତାଙ୍କ ବିପକ୍ଷରେ ଲଢୁଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ।
ଗାନ୍ଧୀନଗର ଆସନରୁ ବିଜେପି ଅଧ୍ୟକ୍ଷ ଅମିତ ଶାହ କଂଗ୍ରେସ ପ୍ରାର୍ଥୀ ସିଜେ ଚବଡ଼ାଙ୍କ ଠାରୁ ୫ ଲକ୍ଷ ଭୋଟ୍ରେ ଆଗୁଆ ରହିଛନ୍ତି। ସେ ଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ପହଞ୍ଚିବା ପରେ କର୍ମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି।
ଆମେଥି ଆସନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଠାରୁ ପ୍ରାୟ ୧୫,୦୦୦ ଭୋଟ୍ରେ ଆଗୁଆ ରହିଛନ୍ତି। ଅବଶ୍ୟ କେରଳର ଓ୍ବେୟାନାଡ଼ ଆସନରେ ରାହୁଳ ଗାନ୍ଧୀ ପ୍ରାୟ ୮ ଲକ୍ଷ ଭୋଟ୍ରେ ଆଗୁଆ ରହିଛନ୍ତି।