Odisha Link
Bridging the Missing Links in Odisha

ସମ୍‌ ନର୍ସିଂ କଲେଜ ପକ୍ଷରୁ ଆନ୍ତର୍ଜାତୀକ ସେବିକା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍‌ ନର୍ସିଂ କଲେଜ (ଏସ୍‌ଏନ୍‌ସି) ପକ୍ଷରୁ ଆନ୍ତର୍ଜାତୀକ ସେବିକା ଦିବସ ପାଳିତ ହୋଇଯାଇଛି । ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କର ଜନ୍ମ ବାର୍ଷିକୀ ଉପଲକ୍ଷେ ଏହି ଦିବସକୁ ପାଳନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନର୍ସମାନଙ୍କ ଦ୍ୱାରା ସଂପାଦିତ ହେଉଥିବା ରୋଗୀ ସେବା ଓ ରୋଗୀମାନେ କିଭଳି ସେମାନଙ୍କ ଉପରେ ନିର୍ଭର କରନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ସୋମି ଓଡ଼ିଶା ଶାଖାର ସମ୍ପାଦିକା ପ୍ରଫେସର ଅମ୍ରିତା ଲେଙ୍କା ନର୍ସିଂ ଛାତ୍ରଛାତ୍ରୀମାନଙ୍କୁ ଏହି ମହତ୍‌ ସେବା ବିଷୟରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଏସ୍‌ଏନ୍‌ସିର ଆସୋସିଏଟ୍‌ ଡିନ୍‌ ପ୍ରଫେସର ସସ୍ମିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଡିସ୍ନାଲ୍‌ ଡିନ୍‌ (ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ) ପ୍ରଫେସର ତପତି ଶାହା ଚଳିତ ବର୍ଷର ପ୍ରସଙ୍ଗ “ଆୱାର ନର୍ସେସ୍‌, ଆୱାର ଫ୍ୟୁଚର, ଦ ଇକୋନୋମିକ ପାୱାର ଅଫ୍‌ କେୟାର” ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଏକ ଆଲୋଚନାର ମଧ୍ୟ ଆୟୋଜନ କରାଯାଇଥିଲା।