Odisha Link
Bridging the Missing Links in Odisha

ଆଜିଠୁ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ, ଜୁନ ୧୮ରେ ଖୋଲିବ କୋର୍ଟ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ହାଇକୋର୍ଟରେ ମେ ୨୨ ତାରିଖ ଅର୍ଥାତ ଆଜିଠୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ମେ ୨୨ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ଜୁନ ୧୮ ତାରିଖରେ କୋର୍ଟ ଖୋଲିବ। ଅବକାଶ ସମୟରେ ମେ ୨୩,୨୮,୩୦ ଓ ଜୁନ ୪, ୬, ୧୧ ଏବଂ ୧୨ରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ମେ ୨୦ ତାରିଖରେ ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ମେ ୨୩ ତାରିଖରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏସ ରଥ ଦୁଇ ଜଣିଆ ଖଣ୍ଡପୀଠରେ ତଥା ଜଷ୍ଟିସ ଏକେ ମହାପାତ୍ର, ଜଷ୍ଟିସ ଭି ନରସିଂହ, ଜଷ୍ଟିସ ବିପି ଶତପଥୀ, ଜଷ୍ଟିସ ଏସକେ ମିଶ୍ର, ଜଷ୍ଟିସ ଜି ଶତପଥୀ, ଜଷ୍ଟିସ ଏସଏସ ମିଶ୍ର ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ।

ମେ ୨୮ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏସକେ ମିଶ୍ର ଦୁଇ ଜଣିଆ ଖଣ୍ଡପୀଠରେ ତଥା ଜଷ୍ଟିସ ଏକେ ମହାପାତ୍ର, ଜଷ୍ଟିସ ଭି ନରସିଂହ, ଜଷ୍ଟିସ ବିପି ଶତପଥୀ, ଜଷ୍ଟିସ ଏସ ଏସ ମିଶ୍ର ଖଣ୍ଡପୀଠରେ, ମେ ୩୦ ତାରିଖରେ ଜଷ୍ଟିସ ଏସ କେ ସାହୁ ଓ ଜଷ୍ଟିସ ଏସକେ ମିଶ୍ର ଦୁଇ ଜଣିଆ ଖଣ୍ଡପୀଠରେ ତଥା ଜଷ୍ଟିସ ଏମଏସ ସାହୁ, ଜଷ୍ଟିସ ଏକେ ମହାପାତ୍ର, ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ବିପି ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ।

ସେହିପରି ଜୁନ ୪ ତାରିଖରେ ଜଷ୍ଟିସ ଏମଏସ ସାହୁ ଓ ଜଷ୍ଟିସ ଏମଏସ ରମଣ ଦୁଇ ଜଣିଆ ଖଣ୍ଡପୀଠରେ ତଥା ଜଷ୍ଟିସ ଏମଏସ ସାହୁ, ଜଷ୍ଟିସ ବିପି ଶତପଥୀ, ଜଷ୍ଟିସ ଏମଏସ ରମଣଙ୍କ ଖଣ୍ଡପୀଠରେ, ଜୁନ ୬ରେ ଜଷ୍ଟିସ ଏମଏସ ସାହୁ ଓ ଜଷ୍ଟିସ ଏମଏସ ରମଣ ଦୁଇ ଜଣିଆ ଖଣ୍ଡପୀଠରେ, ଜୁନ ୧୧ ଓ ୧୨ରେ ଜଷ୍ଟିସ କେ ଆର ମହାପାତ୍ର ଓ ଜଷ୍ଟିସ ଏମଏସ ରମଣ ଦୁଇ ଜଣିଆ ଖଣ୍ଡପୀଠରେ, ଜଷ୍ଟିସ ଶଶିକାନ୍ତ ମିଶ୍ର, ଜଷ୍ଟିସ ଏମଏସ ରମଣ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଗୁଡ଼ିକରେ ଶୁଣାଣି କରିବେ।

ସମସ୍ତ ଜରୁରୀ ମାମଲା ଗୁଡ଼କ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରିବ ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ। ଜରୁରୀ ମାମଲା ଗୁଡ଼ିକ ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ତାଲିକା ଭୁକ୍ତ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.