Odisha Link
Bridging the Missing Links in Odisha

ହିମନ୍ତ ବିଜେପି ପାଇଁ ପ୍ରଚାର କଲେ ବିଜେଡିର ଲାଭ, କାହିଁକି ଏମିତି କହିଲେ ସସ୍ମିତ ପାତ୍ର?

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି। ଏସବୁ ଭିତରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କଟାକ୍ଷ କରିଛନ୍ତି। ସେ କହିଛନ୍ତି, ହିମନ୍ତ ବିଶ୍ବଶର୍ମା ବିଜେପି ପାଇଁ ପ୍ରଚାର କଲେ ବିଜେପି ସେତେ ହାରିବ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଟାର୍ଗେଟ କରି ସସ୍ମିତ ପାତ୍ର ଆହୁରି ମଧ୍ୟ କହିଛନ୍ତି, ହିମନ୍ତ ବିଶ୍ବଶର୍ମା ରାଜନୀତିର ଜୋକ୍‌ର। ଅବାନ୍ତର କଥା କହୁଛନ୍ତି ହିମନ୍ତ ବିଶ୍ବଶର୍ମା। ହିମନ୍ତ ଯେତେ ପ୍ରଚାର କରିବେ ବିଜେପି ସେତେ ହାରିବ। ଅନୁରୋଧ କରୁଛୁ, ହିମନ୍ତ ବିଜେପି ପାଇଁ ପ୍ରଚାର କରନ୍ତୁ। ପ୍ରଚାରର ଶେଷ ଦିନ ଅର୍ଥାତ ଆସନ୍ତା ୩୦ ତାରିଖ ବିଜେପି ପାଇଁ ଆସାମ ମୁଖ୍ୟମନ୍ତ୍ରୀ ପ୍ରଚାର କଲେ ବିଜେଡି ପାଇଁ ଲାଭ ବୋଲି ସସ୍ମିତ ପାତ୍ର କହିଛନ୍ତି।

https://x.com/sasmitpatra/status/1795309542974411238