ଛାଡ଼ପତ୍ର ମାମଲାରେ ମହିଳାଙ୍କୁ ମିଳିବ ପେନସନ

ଭୁବନେଶ୍ୱର: ଛାଡ଼ପତ୍ର ମାମଲା ଚାଲିଥିବାବେଳେ ଏଣିକି ମହିଳାମାନଙ୍କୁ ପେନସନ ମିଳିବ। ପେନସନ ପ୍ରଦାନ ନେଇ ପ୍ରକ୍ରିୟା ଚାଲିଥିବା ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ବାର୍ଷିକ ୪୦ ହଜାରରୁ କମ ଆୟ ଥିବା ମହିଳାଙ୍କୁ ପେନସନ ମିଳିବ। ମଧୁବାବୁ ପେନସନ ଯୋଜନାରେ ମହିଳାଙ୍କୁ ମିଳିବ ଏହି ସୁବିଧା। ତେବେ ଏନେଇ ଛାଡ଼ପତ୍ର ମାମଲା ସମ୍ପର୍କିତ କାଗଜପତ୍ର ପ୍ରମାଣପତ୍ରଭାବେ ଦେବାକୁ ପଡ଼ିବ।