Odisha Link
Bridging the Missing Links in Odisha

ନବୀନ ନିବାସରେ ବରିଷ୍ଠ ବିଜେଡି ନେତାଙ୍କ ଭିଡ଼

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳର ନିର୍ବାଚନୀ ବିପର୍ଯ୍ୟୟ ପରେ ଏକାଠି ହେଲେ ବରିଷ୍ଠ ନେତା। ଆଜି ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ଦେଖିବାକୁ ମିଳିଛି। ଜଣଙ୍କ ପରେ ଜଣେ ବରିଷ୍ଠ ବିଜେଡି ନେତା ନବୀନ ନିବାସ ଅଭିମୁଖେ।

ମିଳିଥିବା ସୂଚନା ମୁତାବକ, ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକରା ହୋଇଛି। ଯେଉଁଥିପାଇଁ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ନବୀନ ନିବାସ ଯାଉଛନ୍ତି। ଏସବୁ ମଧ୍ୟରେ ନବୀନ ନିବାସରେ ପହଞ୍ଚିଛନ୍ତି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରତାପ ଦେବ, କଳିକେଶ ସିଂହଦେଓ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ଅନେକ ବରିଷ୍ଠ ନେତା। କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ହୋଇପାରେ ଆଲୋଚନା ବୋଲି ବିଜେଡି ଶିବିରରେ ଚର୍ଚ୍ଚା ହେଉଛି।