Odisha Link
Bridging the Missing Links in Odisha

ରାଜ୍ୟରେ କାୟା ମେଲାଇଲାଣି ଡେଙ୍ଗୁ, ସଚେତନ ରହିବାକୁ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରାକ ମୌସୁମୀ ବର୍ଷାରେ ରାଜ୍ୟରେ ବଢ଼ୁଛି ଡେଙ୍ଗୁ। ଗତବର୍ଷ ଏହି ସମୟରେ ୧୦୭ ଡେଙ୍ଗୁ ରୋଗୀ ଥିଲେ। ଚଳିତବର୍ଷ ୨୩୫ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ସେଥିମଧ୍ୟରୁ ଗତକାଲି ୩ଟି କେସ ଆସିଛି, ସେ ମଧ୍ୟରେ ପୁରୀରୁ ୨ଟି କେସ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲା ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦେଶ ଜାରି ହୋଇଛି। ଏଯାଏଁ ଡେଙ୍ଗୁରେ କାହାର ମୃତ୍ୟୁ ହୋଇନଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।