Odisha Link
Bridging the Missing Links in Odisha

ହାଜତରୁ ମୁକୁଳିବେ ହେମନ୍ତ, ୫ ମାସ ପରେ ମିଳିଲା ଜାମିନ୍

ଓଏଲ୍‌ ବ୍ୟୁରୋ: ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିଲା। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଜାମିନ ମିଳିଥିବା ଜଣା ପଡିଛି। ଜମି ଦୁର୍ନୀତି ମାମଲାରେ ଜାମିନ୍ ଦେଲେ ଝାଡ଼ଖଣ୍ଡ ହାଇକୋର୍ଟ। ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ଇଡି ଗିରଫ କରିଥିଲା।

ସୂଚନା ଅନୁସାରେ, ମନି ଲଣ୍ଡରିଂ ମାମଲାରେ ହେମନ୍ତଙ୍କୁ ଜାନୁଆରୀ ୩୧ରେ ଗିରଫ କରାଯାଇଥିଲା। ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିଲେ। ଇଡି ଅଧିକାରୀଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ଦେଇଥିଲେ। ଏହାପରେ ଇଡି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିବା ଘୋଷଣା କରିଥିଲା।