Odisha Link
Bridging the Missing Links in Odisha

କେବେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା? ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ନୂଆ ସରକାର ନୂଆ ଯୋଜନା। ଅନେକ ଗୁଡ଼ିଏ ନୂଆ ଯୋଜନା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଉପଯୁକ୍ତ ହିତାଧିକାରୀ ମହିଳା ମାନଙ୍କୁ ମିଳିବ ୫୦ ଜହାର ଟଙ୍କାର ସହାୟତା ରାଶି। ଯେଉଁ ଟଙ୍କାକୁ ବ୍ୟବହାର କରି ସେମାନେ ସଶକ୍ତ ହୋଇପାରିବେ। ତେବେ ଯାହାକୁ ସେମାନେ ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ। ଆଗାମୀ ୧୦୦ ଦିନ ମଧ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା। ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା କ୍ୟାସ ଭାଉଚର ମିଳିବ। ତେବେ କେମିତି ପାଇବେ ମହିଳା ମାନେ ସୁଭଦ୍ରା ଯୋଜନାରେ ୫୦ ହଜାରର ଭାଉଚର। ଏହି ଯୋଜନା କେବଳ ମହିଳା ମାନଙ୍କୁ ସଶକ୍ତ କରିବାକୁ କରାଯାଇଛି।

ସୁଭଦ୍ରା ଯୋଜନା ଅଧୀନରେ ଲକ୍ଷ ଲକ୍ଷ ମହିଳାଙ୍କର ଆର୍ଥିକ ବିକାଶ ହୋଇପାରିବ। ମାଗଣାରେ ଘରେ ବସି ପାଇବେ ସୁଭଦ୍ରା ଟଙ୍କା। କିନ୍ତୁ ଏହି ସବୁ ଟଙ୍କା ପାଇବାକୁ ହେଲେ କିଛିଟା ପ୍ରମାଣପତ୍ର ଥିବା ନିହାତି ଦରକାର। ଯଦି ପ୍ରମାଣ ପତ୍ର କି ଉପଯୁକ୍ତ ତଥ୍ୟ ନଥିବ ତେବେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇପାରନ୍ତି। ତେବେ ସୁଭଦ୍ରା ଯୋଜନାକୁ ନେଇ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସୁଭଦ୍ରା ଯୋଜନାର ମୋଡାଲିଟି ତିଆରି ଚାଲିଛି। ୧୦୦ ଦିନରେ ସୁଭଦ୍ରା ଯୋଜନାର କ୍ରିୟାନ୍ବୟନ ପ୍ରକ୍ରିୟା ଆରମ୍ଭ କରିବୁ ବୋଲି ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।