Odisha Link
Bridging the Missing Links in Odisha

ଭୁବନେଶ୍ୱର ସପ୍ତମ ବାଟାଲିୟନରେ ଅଘଟଣ, ମିଳିଲା ସିପାହୀଙ୍କ ମୃତଦେହ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ସପ୍ତମ ବାଟାଲିୟନରେ ଅଘଟଣ ଖବର ସାମ୍ନାକୁ ଆସିଛି। ସିପାହୀ ଦୁର୍ଯ୍ୟୋଧନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୨୦୦୨ ବ୍ୟାଚର ସିପାହୀ ଥିଲେ ଦୁର୍ଯ୍ୟୋଧନ ମହାନ୍ତି। ମୈତ୍ରୀ ବିହାର ପୁଲିସ ପକ୍ଷରୁ ଛାନଭିନ ଜାରି କରାଯାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି କରିଛି।