Odisha Link
Bridging the Missing Links in Odisha

ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଦକ୍ଷିଣ ମୋଡ଼ ନେଲା ତିନି ରଥ

ଓଏଲ୍‌ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ରଥଦାଣ୍ଡ। ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଏବେ ବାହୁଡ଼ିବାର ବେଳ। ଗତକାଲି ହେରାପଞ୍ଚମୀ ନୀତି ପରେ ପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ତିନି ରଥ ଦକ୍ଷିଣ ମୋଡ଼ ନେଇଛି।

ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ୩ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ସେବାୟତ ଓ ପୁଲିସ କର୍ମଚାରୀଙ୍କ ସହାୟତାରେ ରଥ ତିନୋଟିକୁରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ଆଉ ୨ ଦିନ ପରେ ସମସ୍ତ ଲୀଳାଖେଳା ସାରି ବଡ଼ଠାକୁର ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ।

ତେବେ ମହାବାହୁଙ୍କ ସାନ୍ଧ୍ୟ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ପୌରାଣିକ ବିଶ୍ୱାସ ରହିଛି। ତେଣୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି।