୧୩୦ ମିନିଟରେ ୨.୬୫ ଲକ୍ଷ କୋଟିର ବଜେଟ୍, ଜାଣନ୍ତୁ ୧୦ଟି ବଡ଼ କଥା

ଓଏଲ୍ ବ୍ୟୁରୋ: ଆଜି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅର୍ଥବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ୧୩୦ ମିନିଟରେ ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଛନ୍ତି। ବିଭିନ୍ନ ବିଭାଗକୁ ଗୁରୁତ୍ୱ ଦେବା ସହ କୃଷି, ଯୁବକ, ମହିଳାଙ୍କୁ ବିଶେଷ ଗୁରୁତ୍ୱ ମିଳିଛି ।
ପୂର୍ଣ୍ଣାଙ୍ଗ ବଜେଟରେ ସରକାରଙ୍କ ୧୦ଟି ବଡ଼ ଘୋଷଣା କରିଛନ୍ତି
୧. ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି ବ୍ୟୟବରାଦ
୨. ସୁଭଦ୍ରା ପାଇଁ ୧୦ ହଜାର କୋଟିର ବ୍ୟୟବରାଦ
୩. ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ
୩. କ୍ରୀଡ଼ା ପାଇଁ ୯୫୨ କୋଟି ବ୍ୟୟବରାଦ
୪. ରେଳକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ବଜେଟରେ ୬୦୦ କୋଟି ବ୍ୟୟବରାଦ
୫. ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ବ୍ୟୟବରାଦ
୬. ସିଏମ୍ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ
୮. ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୧୯୦ ବ୍ୟୟବରାଦ
୯. ମହିଳା ଓ ଶିଶୁ ବିକାଶ ପାଇଁ ୧୭,୯୪୨ କୋଟି ଟଙ୍କା ବ୍ୟୟବରାଦ
୧୦. ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ