ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା, ୧୭ ଯାତ୍ରୀ ହନ୍ତସନ୍ତ

ଓଏଲ୍ ବ୍ୟୁରୋ: ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା। ଘାଟ ଡଙ୍ଗାରେ ୧୭ ଜଣ ଯାତ୍ରୀ ଫସି ରହିଛନ୍ତି। ମେସିନରେ ତ୍ରୁଟି ଯୋଗୁଁ ଅଧା ବାଟରେ ଡଙ୍ଗା ଅଟକି ଯାଇଛି। ଯାତ୍ରୀଙ୍କ ସହ ଡଙ୍ଗାରେ ୭ଟି ବାଇକ୍ ମଧ୍ୟ ରହିଛି। ସାଢ଼େ ୭ଟାରେ ଜହ୍ନିକୁଦା ଘାଟ ନିକଟରୁ ଯାତ୍ରୀଙ୍କୁ ନେଇ ସାତପଡ଼ା ଅଭିମୁଖେ ବାହାରି ଥିବା ବେଳେ ଚିଲିକା ମଝିରେ ଅଟକି ରିହିଥିଲା। ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟିଛି। ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବ ଦେଉ ନଥିବାରୁ ଚିଲିକାରେ ଯାତ୍ରୀଙ୍କ ଜୀବନ ବାଜିରେ ଲାଗୁଥିବା ଅଭିଯୋଗ ହୋଇଛି।