Odisha Link
Bridging the Missing Links in Odisha

ଓଡ଼ିଶାରେ ବଢ଼ିବ ବାଘ ସଂଖ୍ୟା, ମହାରାଷ୍ଟ୍ରରୁ ଆସିବେ ୫ ମହାବଳ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବଢ଼ିବ ବାଘ ସଂଖ୍ୟା। ଓଡ଼ିଶାକୁ ୫ଟି ବାଘୁଣୀ ଆସିବେ। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି। ଖୁବ୍ କମ୍ ଦିନ ଭିତରେ ମହାରାଷ୍ଟ୍ରରୁ ଓଡ଼ିଶାକୁ ବାଘୁଣୀ ଆସିବେ। ଶିମିଳିପାଳରେ ଏବେ ୪୦ ବାଘ ଅଛନ୍ତି। ବଂଶ ବିସ୍ତାର ପାଇଁ ଓଡ଼ିଶାକୁ ୫ଟି ବାଘୁଣୀ ଅଣାଯିବ।

ସୂଚନା ଅନୁସାରେ, ମହାରାଷ୍ଟ୍ରର ତାଡୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଏକ ଅଢେଇ ବର୍ଷର ବାଘୁଣୀ ଆସିଛି। ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ନିମନ୍ତେ ମହାରାଷ୍ଟ୍ରରୁ ଏହାକୁ ଅଣାଯାଇଛି। ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ନିମନ୍ତେ ଅଣାଯାଇଥିବା ବାଘୁଣୀକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।