Odisha Link
Bridging the Missing Links in Odisha

ଜାନୁଆରୀ ୧୫ ପରେ ସୁଭଦ୍ରାର ୪ର୍ଥ କିସ୍ତି

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜାନୁଆରୀ ୧୫ ତାରିଖ ପରେ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ୪ର୍ଥ କିସ୍ତି ଟଙ୍କା ମିଳିବ।

ସୂଚନାଥାଉକି, ଗତକାଲି ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ, ୨୦୨୪-୨୦୨୫ ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ। ତା’ଭିତରେ ଯେଉଁମାନେ ବି ଆବେଦନ କରିବେ, ସମସ୍ତଙ୍କୁ ୨ଟି କିସ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ମହିଳା ସଶକ୍ତିକରଣରେ ନୂଆ ଦିଗ ଦେଖାଉଛି “ସୁଭଦ୍ରା”। ୨୦୨୪-୨୦୨୫ ଆର୍ଥିକ ବର୍ଷ ଲାଗି ସୁଭଦ୍ରା ଯୋଜନା ପଞ୍ଜୀକରଣ ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୫ କୁ ବୃଦ୍ଧି ନେଇ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ୨୪ ନଭେମ୍ବର, ୨୦୨୪ ତାରିଖରେ ୧ମ କିସ୍ତି ବଣ୍ଟନ କରାଯାଇଥିବା ୨୦.୧୭ ଲକ୍ଷ ହିତାଧିକାରୀ ତାଲିକାକୁ ମିଳିଛି ଅନୁମୋଦନ। ବର୍ତ୍ତମାନ ସୁଦ୍ଧା ୧ କୋଟି ୬ ଲକ୍ଷରୁ ଊର୍ଦ୍ଧ୍ଵ ଆବେଦନ ପଞ୍ଜୀକୃତ ହୋଇଛି।