Odisha Link
Bridging the Missing Links in Odisha

ଏଣିକି ମହାପ୍ରସାଦ ନାମରେ ଖଜା ବିକି ପାରିବେନି ବ୍ୟବସାୟୀ

ଓଏଲ୍‌ ବ୍ୟୁରୋ: ପୁରୀ ଖଜାକୁ ନେଇ ଆସିଲା ବଡ଼ ଖବର। ଏଣିକି ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ଖଜା ବିକିଲେ ନିଆଯିବ କଡ଼ା କାର୍ଯ୍ୟାନୁୁଷ୍ଠାନ। ଏନେଇ ସୂଚନ ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାଁରେ ଖଜା ବିକ୍ରି କରୁଛନ୍ତି। ଏନେଇ କିଛି ଅଭିଯୋଗ ଆସିବା ପରେ ଆମର ଦୃଷ୍ଠି ଗୋଚର ହୋଇଛି। ଏଭଳି ମହାପ୍ରସାଦ ନାଁରେ ଖଜା ବିକିବା ସମ୍ପୂର୍ଣ୍ଣ ଭୁଲ। ଏଥିରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ପାଢ଼ୀ।