Odisha Link
Bridging the Missing Links in Odisha

ସାମ୍ନାକୁ ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଡଲଫିନ୍ ସଂଖ୍ୟା ୭୧୦

ଓଏଲ୍‌ ବ୍ୟୁରୋ: ବନ ବିଭାଗ ପକ୍ଷରୁ ଓଡ଼ିଶା ଉପକୂଳରେ ହୋଇଥିବା ଡଲଫିନ୍‌ ଗଣନା ରିପୋର୍ଟ ବୁଧବାର ଦିନ ପ୍ରକାଶ ପାଇଛି।ରାଜ୍ୟରେ ମୋଟ ୭୧୦ ଡଲଫିନ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଚିଲିକା ଡିଭିଜନ୍‌ରେ ୧୭୪, ବ୍ରହ୍ମପୁର ଡିଭିଜନ୍‌ରେ ୧୩ ଡଲଫିନ୍, ପୁରୀ ଓ ବାଲେଶ୍ବର ଡିଭିଜନ୍‌ରେ ୭ଟି ଲେଖାଁଏ ଡଲଫିନ୍ ଏବଂ ଭଦ୍ରକ ଡିଭିଜନ୍‌ରେ ୪ଟି ଡଲଫିନ୍ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

ରାଜନଗର ବନଖଣ୍ଡରେ ମୋଟ ୪ଟି ପ୍ରଜାତିର ୫୦୫ଟି ଡଲଫିନ୍ ଦେଖିବାକୁ ମିଳିଛି। ୪ଟି ପ୍ରଜାତି ମଧ୍ୟରେ ଇରଓ୍ବାଡି, ବଟଲନୋଜ, ହମ୍ପବ୍ୟାକ ଏବଂ ସ୍ପିନର ପ୍ରଜାତି ରହିଛି। ତେବେ ରାଜନଗର ଲୁଣା ଜଙ୍ଗଲ ବନ୍ୟପ୍ରାଣୀ ବନଖଣ୍ଡରେ ୪ଟି ଡଲଫିନ ଦେଖିବାକୁ ମିଳିଛି। ଭିତରକନିକା ଏବଂ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଜାନୁଆରୀ ୨୭ରୁ ୨୯ ତାରିଖ ଯାଏଁ ଡଲଫିନ ଗଣନା କରାଯାଇଥିଲା। ଯଦି ପୂର୍ବ ରାଜନଗର ରିପୋର୍ଟ କଥା ଦେଖିବା ତେବେ ୨୦୨୩ ଗଣନାରେ ରାଜନଗରରେ ୫୫୦ ଡଲଫିନ ଏବଂ ୨୦୨୪ ଗଣନାରେ ୫୦୨ ଡଲଫିନ୍ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.