Odisha Link
Bridging the Missing Links in Odisha

ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ ମନା, ପ୍ରେସ ଗ୍ୟାଲେରୀକୁ ବୟକଟ କଲେ ସାମ୍ବାଦିକ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ହେଲେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଠାରୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଅଧିକ ଚର୍ଚ୍ଚାରେ ରହିଛି। ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ମଙ୍ଗଳବାର ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ।

ତାରାଙ୍କ ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କଲା କଂଗ୍ରେସ। ତେବେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଗତକାଲି ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି। ଯାହାର ବିରୋଧ କରି ନ୍ୟାୟ ପାଇଁ ଗାନ୍ଧୀ ମୂର୍ତ୍ତୀ ତଳେ ଶାନ୍ତିପୂର୍ଣ୍ଣ ଭାବରେ କଂଗ୍ରେସ ବିଧାୟକମାନେ ଧାରଣାରେ ବସିବେ। ସେପଟେ ଘଟଣାକୁ ନେଇ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଥିଲା। ଗୃହରେ ଯାହା ଘଟିଲା ଏହା ହେଉଛି ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା।

ପବିତ୍ର ଗୃହରେ ମା ମାଉସୀ ନେଇ ଗାଳି କରିବା ଏହା ହେଉଛି ବିଜେପିର ଆଚାର ଉଚ୍ଚାରଣ। ଅନେକ ସମୟରେ ସେ ଗୃହରେ ଅନେକ ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ ବାଣ ଭଳିଆ ଭେଦିଥିଲା ବୋଲି କହିଛନ୍ତି ତାରା। ଜୟ ନାରାୟଣ ମିଶ୍ରଙ୍କୁ ମୁଁ ଉଚିତ୍ ଜବାବ ଦେଇ ପାରିଥାନ୍ତି କିନ୍ତୁ ଗଣତନ୍ତ୍ର ମନ୍ଦିରରେ କଂଗ୍ରେସ ଶାଳୀନତା ଭୁଲି ନାହିଁ।

ଅନ୍ୟପଟେ, ବିଧାନସଭା ପ୍ରେସ୍‌ ଗ୍ୟାଲେରୀକୁ ସାମ୍ବାଦିକ ମାନଙ୍କୁ ମୋବାଇଲ ବାରଣ କରାଯାଇଛି। ଯାହାକୁ ନେଇ ସାମ୍ବାଦିକ ମାନେ ମଧ୍ୟ ବିଧାନସଭା ବର୍ଜନ କରିଛନ୍ତି।