Odisha Link
Bridging the Missing Links in Odisha

ପ୍ରଶ୍ନପତ୍ରରେ ତ୍ରୁଟି ପରେ ଓଏସ୍ଏସସି ପରୀକ୍ଷା ରଦ୍ଦ: ଜୁଲାଇ ୬ରେ ସାନି ପରୀକ୍ଷା

ଓଏଲ୍‌ ବ୍ୟୁରୋ: ଏପ୍ରିଲ ୨୭ ତାରିଖରେ ହୋଇଥିବା ଓଏସଏସସି ପରୀକ୍ଷା ରଦ୍ଦ କରାଯାଇଛି। ଓଏସଏସସି ପକ୍ଷରୁ ସୋମବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରି ଘୋଷଣା କରାଯାଇଛି। ପରିଚାଳନାଗତ ତ୍ରୁଟି ଯୋଗୁଁ ପରୀକ୍ଷାକୁ ରଦ୍ଦ କରାଯାଇଛି। ଜୁଲାଇ ୬ ତାରିଖରେ ସାନି ପରୀକ୍ଷା ହେବ ବୋଲି ନୋଟିସ ଜାରି ହୋଇଛି। ୨୭ ତାରିଖରେ ହୋଇଥିବା ପରୀକ୍ଷାରେ ପାଠ୍ୟକ୍ରମ ବାହାରୁ ବହୁ ପ୍ରଶ୍ନ ପଡ଼ିଥିଲା। ଯାହାକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପରୀକ୍ଷା ରଦ୍ଦ ପାଇଁ ଦାବି ହୋଇଥିଲା। ଏ ନେଇ ଓଏସଏସସି ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ମତାମତ ଲୋଡ଼ାଯାଇଥିଲା। ତାହାକୁ ଆଧାର କରି ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.