Odisha Link
Bridging the Missing Links in Odisha

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ରାଜ୍ୟରେ ବର୍ଷା ସମ୍ଭାବନା

ଓଏଲ୍‌ ବ୍ୟୁରୋ: ମେ’ ମାସ ଆରମ୍ଭରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ୧୩ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ପ୍ରବେଶ କରିବ ମୌସୁମୀ ବାୟୁ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକୋବରର କିଛି ଅଂଶରେ ବି ପ୍ରବେଶ କରିବ। ତେବେ ଓଡିଶାରେ କେବେ ମୌସୁମୀ ପ୍ରବେଶ କରିବ ସେନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ପ୍ରବେଶ ପରେ ରାଜ୍ୟର କିଛି ଅଂଚଳରେ ବର୍ଷା ହବାର ସମ୍ଭାବନା ରହିଛି।