Odisha Link
Bridging the Missing Links in Odisha

ଭୁବନେଶ୍ୱର ବିମାନବନ୍ଦରରୁ ୨ଟି ବିମାନ ଉଡ଼ାଣ ବାତିଲ

ଓଏଲ୍‌ ବ୍ୟୁରୋ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଅନ୍ଧାର ରାତିରେ କେହି କିଛି ଭାବିବା ଆଗରୁ ଅତର୍କିତ ହେଲା ମିସାଇଲ ମାଡ଼। ଖସିଯିବାକୁ ସୁଯୋଗ ପାଇଲେନି ସୈତାନ। ମାଟିରେ ମିଶିଗଲା ଆତଙ୍କୀଙ୍କ ଆଡ୍ଡା। ଭାରତୀୟ ସେନାର ଆକ୍ରମଣରେ ଆତଙ୍କୀ ଆଡ୍ଡା ସହ ସମାଧି ନେଲେ ସିନ୍ଦୂର ପୋଛିଥିବା ସୈତାନ। ଆଉ ପୂରା ବିଶ୍ବ ଦେଖିଲା ଭାରତର ଅପରେସନ ସିନ୍ଦୂର।ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି, ଗୁରୁବାର ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରରୁ ୨ଟି ବିମାନର ଉଡ଼ାଣକୁ ବାତିଲ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରୁ ହିଣ୍ଡନ ଗାଜିଆବାଦକୁ ବିମାନ ସେବା ବାତିଲ କରାଯାଇଛି। ନିର୍ଦ୍ଦେଶକ କହିଛନ୍ତି ଯେ, ଦେଶର ପଶ୍ଚିମ ଅଞ୍ଚଳକୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ବିମାନ ଉଡ଼ାଣ ବାତିଲ କରାଯାଇଛି। ଭୁବନେଶ୍ୱରରୁ ପାଟନା ଦେଇ ଚଣ୍ଡିଗଡ଼ ଯାଉଥିବା ବିମାନକୁ ମଧ୍ୟ ବାତିଲ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.