ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ, ୩ ସେନାର ମୁଖ୍ୟ ଉପସ୍ଥିତ

ଓଏଲ୍ ବ୍ୟୁରୋ: ଆଜି ଭାରତ ପାକିସ୍ତାନ DGMO ଆଲୋଚନା। ଅସ୍ତ୍ରବିରତି ପରେ ପ୍ରଥମ ଥର ପାଇଁ କଥାବାର୍ତ୍ତା ହେବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ବୈଠକରେ CDS ଅନିଲ ଚୌହ୍ବାନ, ୩ ସେନାର ମୁଖ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଓ NSA ଅଜିତ ଡୋଭାଲ ବି ସାମିଲ ଅଛନ୍ତି। DGMOସ୍ତରୀୟ କଥାବାର୍ତ୍ତା ପୂର୍ବରୁ ଆଲୋଚନା କରାଯାଇଛି। ଅପରାହ୍ନ ସାଢ଼େ ୨ଟାରେ ଅଛି DGMO ଗୁରୁତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିବେ।
ଅନ୍ୟପଟେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନ ଧରି ଚାଲିଥିବା ସାମରିକ ସଂଘର୍ଷ ପରେ ରବିବାର ଦିନ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଆଜି ଉଭୟ ଦେଶର ଡିଜିଏମଓମାନେ ଦିନ ୧୨ଟାରେ ଯୁଦ୍ଧବିରତିର ସର୍ତ୍ତାବଳୀ ଏବଂ ଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋଚନା କରିବେ। ଯାହା ପରେ ଜଣାପଡିବ ଯେ ଏହି ଶାନ୍ତି ସ୍ଥାୟୀ ରହିବ ନା ପୁଣି ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିବ। ଭାରତ ଏହି ମାମଲାରେ ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କରିସାରିଛି।