ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍ୱାଭାବିକ ହେଲା ବିମାନବନ୍ଦର ସେବା, ଯୁଦ୍ଧ ସ୍ଥିତି ପାଇଁ ବନ୍ଦ ଥିଲା

ଓଏଲ୍ ବ୍ୟୁରୋ: ଦେଶରେ ସ୍ୱାଭାବିକ ହେଲା ୩୨ ବିମାନବନ୍ଦର ସେବା। ବେସାମରିକ ବିମାନ ଚଳାଚଳ ସ୍ୱାଭାବିକ ନେଇ ସୂଚନା ଜାରି ହୋଇଛି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ମେ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା ହୋଇଥିଲା। ବିମାନ ଯାତ୍ରୀଙ୍କୁ ଏୟାର ଲାଇନ୍ସ ସହ ଯୋଗାଯୋଗ ପରାମର୍ଶ ଦିଆଯାଇଛି। ଭାରତ-ପାକ୍ ଯୁଦ୍ଧ ସ୍ଥିତିକୁ ଦେଖି ବନ୍ଦ ଥିଲା ଏୟାରପୋର୍ଟ। ସ୍ଥିତି ସ୍ବାଭାବିକ ହେବା ପରେ ଯାତ୍ରୀଙ୍କ ପାଇଁ ଖୋଲିଲା ବିମାନ ବନ୍ଦର।
ସୂଚନା ଅନୁସାରେ, ଭାରତ-ପାକ୍ ଯୁଦ୍ଧ ସ୍ଥିତିକୁ ଦେଖି ଅଦମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ବାଥିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସଲମେର, ଜାମ୍ମୁ, ଜାମନଗର, ଯୋଧପୁର, କାନ୍ଦଲା, କାଙ୍ଗ୍ରା (ଗଗଲ), କେଶୋଡ, କିଶାନଗଡ଼, କୁଲୁ ମନାଲି (ଭୁଣ୍ଟର), ଲେହ, ଲୁଧିଆନା ମୁନ୍ଦ୍ରା, ନଲିଆ, ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ (ହିରସର), ସରସ୍ୱା, ଶିମଲା, ଶ୍ରୀନଗର, ଥୋଏସ୍, ଏବଂ ଉତ୍ତରାଲାଇ ବିମାନବନ୍ଦର ବନ୍ଦ ରଖାଯାଇଥିଲା।