୨୦ ଦିନ ପରେ ସ୍ବଦେଶ ଫେରିଲେ ବିଏସ୍ଏଫ୍ ଯବାନ, ମୁକ୍ତ କଲା ପାକିସ୍ତାନ

ଓଏଲ୍ ବ୍ୟୁରୋ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ପରେ, ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରାମ ହୋଇଛି। ଅସ୍ତ୍ରବିରତି ପରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଅନ୍ୟପକ୍ଷରେ ପାକିସ୍ତାନ ଅଟକ ରଖିଥିବା ସୀମା ସୁରକ୍ଷା ବଳ (BSF) ଯବାନ ପିକେ ସଙ୍କୁ ଆଜି ମୁକ୍ତ କରିଛି। ବିଏସଏଫ କନେଷ୍ଟବଳ ପିକେ ସ ୨୧ ଦିନ ଧରି ପାକିସ୍ତାନରେ ଅଟକ ଥିଲେ।
ସୂଚନା ଅନୁସାରେ, ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ୨୩ ଏପ୍ରିଲରେ ବିଏସଏଫ ଯବାନ ପିକେ ସଙ୍କୁ ପାକିସ୍ତାନ ରେଞ୍ଜର୍ସ ଫିରୋଜପୁର ସୀମାରେ ଅଟକ ରଖିଥିଲେ। ଗତ ୨୧ ଦିନ ଭିତରେ ପିକେ ସାହୁଙ୍କୁ ଛାଡ଼ିବା ପାଇଁ ବିଏସ୍ଏଫ୍ ଅଧିକାରୀମାନେ ଅନେକ ଥର ଫ୍ଲାଗ୍ ମିଟିଂ କରିଥିଲେ।
ବିଏସ୍ଏଫ୍ ଅଧିକାରୀଙ୍କ ସୂଚନା ଅନୁସାରେ, ଯବାନ ପିକେ ସାହୁ ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ। ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ। ଏହାର ସୁଯୋଗ ନେଇ ପାକ୍ ଆର୍ମି ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲେ। ଏବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ପାକିସ୍ତାନ ଆଜି ପିକେ ସଙ୍କୁ ମୁକ୍ତ କରିଛି।