ଯବାନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଜମ୍ମୁକାଶ୍ମୀର ଶ୍ରୀନଗରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଶ୍ରୀନଗର ଏୟାରବେସ୍ରେ ପହଞ୍ଚିଲେ ରାଜନାଥ ସିଂ।ରାଜନାଥଙ୍କ ସହ ଅଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା। ଅପରେସନ ‘ସିନ୍ଦୂର’ରେ ସାମିଲ ଯବାନମାନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅପରେସନ ସିନ୍ଦୂରର ସଫଳତା ନେଇ ଆଲୋକପାତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଅପରେସନ ସିନ୍ଦୂର ପାଇଁ ଦେଶ ଗର୍ବିତ। ୩ ସେନା ପାଇଁ ଆଜି ଦେଶ ଗର୍ବିତ। କାଶ୍ମୀର ଜନତା ଏକାଠି ଅଛନ୍ତି। କେବଳ ସୁରକ୍ଷା ନୁହେଁ ଆମେ ଆକ୍ରମଣ ବି କରୁ। ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛୁ। ଆତଙ୍କବାଦ ବିରୋଧରେ ସ୍ୱର ଉଠାଇଛୁ।