Odisha Link
Bridging the Missing Links in Odisha

ବିଡିଓଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ; କହିଲେ-ଲୋକଙ୍କୁ ପାଖରେ ସରକାରୀ ସୁବିଧା ପହଞ୍ଚାଅ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର ସରକାର ବଦଳିବା ପରେ ରାଜ୍ୟର ଶାସନ ବ୍ୟବସ୍ତାରେ ଧୀରେ ଧୀରେ ସୁଧାର ଆଣିବାକୁ ଚେଷ୍ଟା ଆରମ୍ଭ ହୋଇଛି। ଲୋକଙ୍କ ଅଭିଯୋଗ, ଅସୁବିଧାର ତୁରନ୍ତ ସମାଧାନ ପାଇଁ ବ୍ୟବସ୍ତା କରାଯାଉଛି। ତଥାପି କେଉଁଠି କେଉଁଠି ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅନେକ ଚିତ୍ର ସାମ୍ନାକୁ ଆସୁଛି। ତେବେ ଏହାକୁ ନେଇ ସିଡିଓ, ବିଡିଓଙ୍କୁ ବଡ ଦାୟିତ୍ୱ ଦେଲେ ମୁଖ୍ୟ ଶାସନ ସଚିବ।

ବୈଠକ କମ କରି କ୍ଷେତ୍ର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ପାଖକୁ ଯାଇ ସରକାରୀ ସୁବିଧା ପହଞ୍ଚାଇବାକୁ କହିଛନ୍ତି। ଅଭିଯୋଗ ଶୁଣାଣି ଓ ତାର ସମାଧାନକୁ ଗୁରୁତ୍ୱ ଦିଅ। କ୍ଷେତ୍ର ପରିଦର୍ଶନ କରିବା ପରେ ଗ୍ରାଉଣ୍ଡରେ ଯାହା ଆବଶ୍ୟକ ରିପୋର୍ଟ ସହ ପ୍ରସ୍ତାବ ଦେବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି।