ବଦଳିବେ ‘କସୌଟି ଜିନ୍ଦେଗୀର ଖଳନାୟିକା ;ଜାଣନ୍ତୁ କିଏ ହେବେ ନୂଆ କୋମଲିକା!

ମୁମ୍ବାଇ:ଏକତା କପୁର ତଥା ସିରିୟଲ କୁଇନ୍ ଙ୍କର ‘କସୌଟି ଜିନ୍ଦେଗୀ କେ-୨’ର କିଛି ଚରତ୍ର ବଦଳିବାକୁ ଯାଉଛି । ଏହି ଲୋକପ୍ରିୟ ଟେଲି ଧାରାବାହିକ ଖଳନାୟିକାତଥା କୋମଲିକା ଚରିତ୍ରରେ ଅଭିନୟ କରୁଥିବା ହିନା ଖାନ୍ଙ୍କୁ ଆଉ ଦେଖିବାକୁ ମିଳିବନି । ଏବେ ତାଙ୍କ ସ୍ଥାନ ରେ ଆମନା ଶରିଫ ଅଭିନୟ କରିବେ।
ଆମନା ଟେଲିଭିଜନ ଦୁନିଆର ସଂସ୍କାରୀ ବୋହୁ ଭାବେ ପରିଚିତ ଅଛନ୍ତି। ୬ ବର୍ଷ ଧରି ସେ ଟେଲିଜଗତରୁ ଦୂରେଇ ଯାଇଥିଲେ କିନ୍ତୁ ଏବେ ସେ ପୁଣି ଫେରୁଛନ୍ତି।ସେ କହିଥିଲେ ତାଙ୍କର ନିଜସ୍ବ ଲାଇଫ୍ କୁ ବଞ୍ଚିବା ପାଇଁ ଟେଲିଭିଜନ ଦୁନିଆରୁ ବ୍ରେକ ନେବା ନିହାତି ଆବଶ୍ୟକ ।ତାଙ୍କୁ୨୦୦୩ର ‘କହିଁ ତୋ ହୋଗା’ ଧାରାବାହିକରେ ଦେଖିବାକୁ ମିଳିଥିଲା । ଏପରିକି ସେ କିଛି ସିନେମାରେ ମଧ୍ୟ କାମ କରିଛନ୍ତି। ଆଲୁଚାଟ୍ ଏବଂ ଏକ ଭିଲେନ୍ ଜୈସିରେ ସେ ନଜର ଆସିଛନ୍ତି।