Odisha Link
Bridging the Missing Links in Odisha

ସିକ୍କିମ୍‌ ଦୁର୍ଘଟଣା: ଏଯାଏଁ ମିଳୁନି ନିଖୋଜ ଓଡ଼ିଆଙ୍କ ପତ୍ତା

ଓଏଲ୍‌ ବ୍ୟୁରୋ: ସିକ୍କିମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ଓଡ଼ିଆଙ୍କ ଏଯାଏଁ ଖୋଜ ଖବର ମିଳିନାହିଁ। ସିକ୍କିମ୍‌ ବୁଲିବାକୁ ଯାଇ ନିଖୋଜ ହୋଇଯାଇଥିବା ୬ ଜଣ ଓଡ଼ିଆଙ୍କ ଏଯାଏଁ ଖୋଜ ଖବର ମିଳିନାହିଁ। ହେଲେ ସେମାନଙ୍କ ୬ଟି ମୋବାଇଲ ମିଳିଛି। ତିସ୍ତା ନଦୀରୁ ଏହି ୬ଟି ମୋବାଇଲ, ହ୍ୟାଣ୍ଡ୍‌ ବ୍ୟାଗ ମିଳିଛି। ପରିବାର ଲୋକେ ସିକ୍କିମ୍‌ରୁ ନିରାଶ ହୋଇ ଆଜି ଘରକୁ ଫେରିଛନ୍ତି।

ସୂଚନା ଅନୁସାରେ, ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ଓ ତାଙ୍କ ପରିବାର ସହ ୧୧ଜଣ ସଦସ୍ୟ ସିକ୍କିମ୍‌ ବୁଲିବାକୁ ଯାଇଥିଲେ। କିନ୍ତୁ ଗୁରୁବାର ରାତିରେ ଦୁର୍ଘଟଣା ଘଟିଥିଲା। ତିସ୍ତା ନଦୀକୁ ଖସିପଡ଼ିଥିଲା ବସ୍‌। ଇତିଶ୍ରୀଙ୍କ ସହ ଏବେ ବି ୬ ଜଣ ନିଖୋଜ ଅଛନ୍ତି। ଏହି ବସରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ଓଡ଼ିଶାର ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶା ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି ଓ ଏହାର ସୁପରିଚାଳନା ପାଇଁ ଓଡ଼ିଶାରୁ ଅଧିକାରୀମାନଙ୍କର ଏକ ସ୍ବତନ୍ତ୍ର ଟିମ୍ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଥିଲେ।