Odisha Link
Bridging the Missing Links in Odisha

ଦେଶରେ ବଢୁଛି କରୋନା ସଂକ୍ରମଣ, କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

ଓଏଲ୍‌ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ୩୯୬୧ କୋଭିଡ୍ ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛି। ଏଥିସହ ୨ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସକାଳ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୩୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଛି, ୧୮୧୮ ଜଣ ସୁସ୍ଥ ହୋଇଛନ୍ତି। ୨ ମୃତକଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକର ଓ ଅନ୍ୟ ଜଣେ କେରଳର। କେରଳରେ ସର୍ବାଧିକ ୧୪୦୦, ମହାରାଷ୍ଟ୍ର ୪୮୫, ଦିଲ୍ଲୀରେ ୪୩୬ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ, ପୁଣି ରାଜ୍ୟରେ ୫ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କୋଭିଡ ପଜିଟିଭ ଚିହ୍ନଟ ୫ ଜଣଙ୍କୁ ମଧ୍ୟରୁ ଜଣେ ଜଟଣୀ ଓ ଅନ୍ୟ ୪ ଭୁବନେଶ୍ବରର ବୋଲି ସୂଚନା ରହିଛି। କୋଭିଡ ପଜିଟିଭ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି, କୋଭିଡ୍ ମାମଲା ବଢ଼ିନି, ସେହି ୫ଟି କେସ୍‌ ରହିଛି। ନୂଆ କେସ୍‌ ଆସିନି, ସତର୍କ ଓ ସଜାଗ ରହିବା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। RTPCR ମେସିନ୍ ପ୍ରସ୍ତୁତ, ଅକ୍ସିଜେନ୍ ପ୍ଲାଣ୍ଟ ବି ପ୍ରସ୍ତୁତ ଅଛି। ଯଥେଷ୍ଟ ଟେଷ୍ଟିଂ କିଟ୍ ମଗାଯାଇଥିଲା, ସବୁ ଆସିଛି। ଆବଶ୍ୟକତା ଅନୁସାରେ ଜିଲ୍ଲାଗୁଡ଼ିକୁ କିଟ୍ ଯୋଗାଇ ଦିଆଯିବ।