Odisha Link
Bridging the Missing Links in Odisha

ରାଜଧାନୀରୁ ୧୧ ବର୍ଷର ନାବାଳିକା ନିଖୋଜ, ଏଯାଏଁ ମିଳୁନି ପତ୍ତା

ଓଏଲ୍‌ ବ୍ୟୁରୋ: ସୁରକ୍ଷାର ସୁଦୃଢତା ଭିତରେ ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ଭୁବନେଶ୍ବର। ରାଜଧାନୀର ଛାତି ଉପରୁ ନିଖୋଜ ହୋଇଯାଇଛନ୍ତି ନାବାଳିକା। ମଞ୍ଚେଶ୍ବର ଅଞ୍ଚଳରୁ ଜଣେ ୧୧ ବର୍ଷିୟା ନାବାଳିକା ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ମାଛ କିଣିବାକୁ ଯାଇଥିବା ବେଳେ ନାବାଳିକା ଜଣକ ନିଖୋଜ ହୋଇଯାଇଛନ୍ତି।

ପରିବାର ଲୋକଙ୍କ ପକ୍ଷରୁ ଏନେଇ ଥାନାରେ ଏତଲା ଦାୟର କରାଯାଇଥିବା ବେଳେ ନାବାଳିକାଙ୍କୁ ଖୋଜୁଛି ପୁଲିସ। ଅନ୍ୟପଟେ ନିଖୋଜ ନାବାଳିକାଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ଶେଷଥର ପାଇଁ ନାବାଳିକା ଜଣଙ୍କୁ ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି। ତେବେ ସରକାରଙ୍କ ଏତେ ସୁରକ୍ଷା ବ୍ୟବସ୍ଥା ଭିତରେ ଅସୁରକ୍ଷିତ ଘଟଣା ଲୋକଙ୍କ ମନରେ ଦିନକୁ ଭୟ ସୃଷ୍ଟି କରୁଛି।