ସିକ୍କିମ ସେନା କ୍ୟାମ୍ପରେ ଭୂସ୍ଖଳନ: ୩ ଯବାନ ସହିଦ

ଓଏଲ୍ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ। ଲଗାଣ ବର୍ଷାରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଯୋଗୁଁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସଡ଼କ ପରିବହନ, ରେଳ ଏବଂ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଆସାମ, ତ୍ରିପୁରା, ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ୩୦ ଜଣ ଲୋକଙ୍କ ଜୀବନ ଯାଇଛି। ସିକ୍କିମରେ ସେନା କ୍ୟାମ୍ପରେ ଭୂସ୍ଖଳନ ଯୋଗୁଁ ୩ ଯବାନ ସହିଦ ହୋଇଥିବାବେଳେ ୬ ଯବାନ ନିଖୋଜ ଥିବା ସୂଚନା ମିଳିଛି।
ଭାରତୀୟ ପାଣିପାଗ ବିଭାଗ ପଶ୍ଚିମ ତ୍ରିପୁରା ଏବଂ ଖୋୱାଇ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଏହା ବ୍ୟତୀତ, ବନ୍ୟା ଯୋଗୁଁ ରାଜ୍ୟଗୁଡ଼ିକରେ ସଡ଼କ ପରିବହନ, ଭୂସ୍ଖଳନ, ଫସଲ କ୍ଷତି ଏବଂ ବିଦ୍ୟୁତ୍ ଯୋଗାଣ ସମସ୍ୟା ବିଷୟରେ ସତର୍କ କରାଇଛି।ତ୍ରିପୁରାରେ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି, ମୋଟ ୧୩୦୦ ପରିବାରକୁ ରିଲିଫ୍ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏହା ବ୍ୟତୀତ, ଇମ୍ଫାଲରେ ଭାରତୀୟ ସେନା ବର୍ଷା ଏବଂ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବାରେ ନିୟୋଜିତ ଅଛନ୍ତି।