Odisha Link
Bridging the Missing Links in Odisha

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି, ଖୋଲିବ ନାହିଁ ନୂଆ ମଦ ଦୋକାନ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଆଣିଥିବା ଅବକାରୀ ନୀତିରେ ପୁଣି ଥରେ ପରିବର୍ତ୍ତନ କରାଯିବ। ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ଲାଗୁ ହେବ। ନୂଆ ମଦ ନୀତିରେ ନୂଆ ଦୋକାନ ଖୋଲିବ ନାହିଁ। ଅନ୍ୟ ରାଜ୍ୟର ମଦ ନୀତି ଅନୁଧ୍ୟାନ ପାଇଁ ୩ଟି ଟିମ୍‌ ଗସ୍ତ କରିବେ। ଆନ୍ଧ୍ର, ରାଜସ୍ଥାନ, କେରଳ, ତାମିଲନାଡୁ ଗସ୍ତ କରିବେ। ଆସନ୍ତା ୭ ଓ ୮ ତାରିଖ ବେଳକୁ ଫେରିବା ପରେ ପଲିସିରେ ଯାହା ବାକି ଅଛି ପରିବର୍ତ୍ତନ ହୋଇ ଲାଗୁ ହେବ। ବେଆଇନ ମଦ, ଦଣ୍ଡବିଧାନ, ପୁରୁଣା ପଲିସିର ଅସୁବିଧା ଦୂର ହେବ। ସବୁ କଥାକୁ ଆଖି ଆଗରେ ରଖି ୩ ବର୍ଷିଆ ପଲିସି କରାଯିବ।