Odisha Link
Bridging the Missing Links in Odisha

NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ, ଗୋଟିଏ ସିଫ୍ଟରେ ହେବ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ଜୁନ୍ ୧୫ରେ ହେବନି NEET-PG ପ୍ରବେଶିକା ପରୀକ୍ଷା। ପରୀକ୍ଷା ସ୍ଥଗିତ ରଖିଛି ନ୍ୟାସନାଲ୍ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ (NBEMS) ସୂଚନା ଦେଇଛି। ଏଣ୍ଟ୍ରାନ୍ସ ଏଗଜାମ୍‌ରେ ସ୍ବଚ୍ଛତା ଓ ପାରଦର୍ଶିତା ରଖିବାକୁ ୨ଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ କରିବାକୁ କହିଥିଲେ ସୁପ୍ରିମକୋର୍ଟ। ତେବେ ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ ହେଲେ ଅଧିକ ପରୀକ୍ଷା କେନ୍ଦ୍ର ଦରକାର। ସାରା ଦେଶରେ ୯୦୦ଟି ଅତିରିକ୍ତ ସେଣ୍ଟର ଏବଂ ସେଥିରେ ପ୍ରସ୍ତୁତି କରିବାକୁ ପଡିବ। ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ସହ ସିଗନାଲ ଜାମର ଏବଂ ଅତ୍ୟାଧୁନିକ ସର୍ଭେଲାନ୍ସ ସିଷ୍ଟମର ଆବଶ୍ୟକତା ରହିଛି। ତେଣୁ ଏନେଇ ପ୍ରସ୍ତୁତି କରି ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ ବୋଲି NBEMS ପକ୍ଷରୁ ସୂଚନା ଦିଆଯାଇଛି।