ଡେଙ୍ଗୁକୁ ପ୍ରତିହତ କରିବାକୁ ବିଏମ୍ସି ସଜାଗ, କାଲିଠୁ ପାଳନ ହେବ ଡ୍ରାଏ ଡେ’

ଓଏଲ୍ ବ୍ୟୁରୋ: ସାରା ବିଶ୍ୱରେ ଦେଖାଯାଉଥିବା ବିଭିନ୍ନ ରୋଗଗୁଡିକ ମଧ୍ୟରୁ ଡେଙ୍ଗୁ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥାଏ। ଏହି ରୋଗ ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଏବଂ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି। ଡେଙ୍ଗୁ ସାଧାରଣତଃ ଛୋଟ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସବୁବର୍ଗର ଲୋକଙ୍କୁ ସଂକ୍ରମିତ ହୋଇଥାଏ। ଏଡିସ୍ ମଶା କାମୁଡ଼ିବା ଦ୍ୱାରା ସୁସ୍ଥ ମନୁଷ୍ୟଠାରେ ପ୍ରାୟତଃ ୪ ରୁ ୧୦ ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇଥାଏ। ତେବେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁକୁ ପ୍ରତିହତ କରିବାକୁ ବିଏମ୍ସି ପ୍ରସ୍ତୁତି ଆରମ୍ଭ କରିଛି।
ଆସନ୍ତାକାଲିଠୁ ଡ୍ରାଏ ଡେ’ ପାଳିବ ବିଏମ୍ସି। ସପ୍ତାହକୁ ୨ ଦିନ ଭୁବନେଶ୍ବରରେ ହେବ ଡ୍ରାଏ ଡେ’। ତେବେ ପାଣି ଜମୁଥିବା ପାତ୍ରକୁ ଓଲଟାଇ ରଖିବାକୁ ବିଏମ୍ସି ପକ୍ଷରୁ ଅପିଲ୍ କରାଯାଇଛି। ଆଜି କର୍ପୋରେଟରଙ୍କୁ BMC ଅଫିସରେ ଟ୍ରେନିଂ ଦିଆଯିବ। ଏନେଇ ବିଏମ୍ସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।