Odisha Link
Bridging the Missing Links in Odisha

ବିଶ୍ୱ ପରିବେଶ ଦିବସ: ପ୍ରଦୂଷଣ ରୋକିବା ପାଇଁ ସ୍ୱତନ୍ତ୍ର ପ୍ରୟାସ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣରୁ କିପରି ରୋକାଯାଇ ପାରିବ ସେନେଇ ସଚେତନତା ସୃଷ୍ଟି କରାଯାଉଛି। ଚଳିତବର୍ଷର ଥିମ୍ ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ ରଖାଯାଇଛି। ପ୍ରତିବର୍ଷ ଜୁନ ମାସ ଆଜିର ଦିନରେ ଏହି ଦିବସ ପାଳନ ହୋଇଥାଏ।

ଘରଦ୍ୱାର, ରାସ୍ତାଘାଟ, ମାଟିପଥର, ଗଛଲତା, ପାହାଡ଼ପର୍ବତ, ନଦୀଝରଣା, ମଣିଷ, ପଶୁପକ୍ଷୀ ଓ ଜୀବାଣୁଭୂତାଣୁ– ଏମାନଙ୍କୁ ନେଇ ଆମ ‘ପରିବେଶ’ ଗଠିତ। କିନ୍ତୁ ପରିବେଶ କହିଲେ ଆମେ ବୁଝୁ ବାୟୁ-ପାଣି-ମାଟି (ବା-ପା-ମା)। ପିତାମାତା ଆମକୁ ଜନ୍ମ ଦିଅନ୍ତି, କିନ୍ତୁ ବାୟୁ-ପାଣି-ମାଟି ଆମକୁ ଜୀବନ ଦିଏ। ପରିବେଶର ପ୍ରାକୃତିକ ସମ୍ପଦ ଆମର ମୌଳିକ ଆବଶ୍ୟକତାକୁ ପୂରଣ କରେ। ପରିବେଶ ଆମର ସ୍ବାସ୍ଥ୍ୟ।

ପରିବେଶକୁ ସୁସ୍ଥ ରଖିବା ସକାଶେ ୧୯୭୪ ମସିହାରୁ ସାରା ପୃଥିବୀରେ ମିଳିତ ଜାତିସଂଘ ତରଫରୁ ପ୍ରତି ବର୍ଷ ଜୁନ୍‌ ୫ ତାରିଖକୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି। ୧୯୯୭ ପରେ ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସ ଆୟୋଜନ କରୁଛି କୋରିଆ। ଏଥର ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ବନ୍ଦ କରିବା ଦିଗରେ ଗୁରୁତ୍ୱ ଦିଆଯାଇଛି। ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି ‘ବିଟ୍‌ ପ୍ଲାଷ୍ଟିକ୍‌ ପଲ୍ୟୁଶନ’ ଅର୍ଥାତ୍‌ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବନ୍ଦ କର।