Odisha Link
Bridging the Missing Links in Odisha

ଗହଣା ପ୍ରେମୀଙ୍କୁ ମହଙ୍ଗା ମାଡ଼: ପୁଣି ଲକ୍ଷେ ଟପିଲା ସୁନା ଦର

ଓଏଲ୍‌ ବ୍ୟୁରୋ: ପୁଣି ଥରେ ବୃଦ୍ଧି ପାଇଛି ସୁନା ଦର। କିଛି ଦିନ ତଳେ ସୁନା ଓ ରୂପା ଦରରେ ହ୍ରାସ ହୋଇଥିବା ବେଳେ ପୁଣି ଥରେ ବଜାରରେ ଆକାଶ ଛୁଆଁ ହୋଇଛି ଦାମ୍‌।

ଜାଣନ୍ତୁ ଆଜି କେତେ ରହିଛି ସୁନା ଦର…

ଭୁବନେଶ୍ବରରେ ପ୍ରମୁଖ ସୋରୁମ୍‌ ଗୁଡ଼ିକରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୯୮,୯୧୦ ଟଙ୍କା‌ରେ ପହଞ୍ଚିଛି। ଗତକାଲି ଏହା ୯୭,୪୨୦ ଟଙ୍କା ଥିଲା। ତେବେ ଜିଏସଟି ଗାଢ଼ ମଜୁରୀ ମିଶାଇଲେ ୨୪ କ୍ୟାରେଟ୍‌ ସୁନା ଦର ଲକ୍ଷ ଟଙ୍କା ଟପିଯାଉଛି।

ସେହିପରି ୨୨ କ୍ୟାରେଟ୍‌ ସୁନା ଦାମ୍‌ ରେ ୪୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ୍‌କୁ ୯୨ ହଜାର ୭୫୦ ଟଙ୍କା ରହିଛି। ଗତକାଲି ଏହା ୮୯ ହଜାର ୩୦୦ ଟଙ୍କା ଥିଲା।