Odisha Link
Bridging the Missing Links in Odisha

ବିମାନ ଦୁର୍ଘଟଣା: ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ, ବିମାନ ବନ୍ଦରରେ ରୂପାଣିଙ୍କ ପତ୍ନୀ

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଛି। ଗୁଜରାଟ ଅହମ୍ମଦାବାଦରେ ବିମାନ କ୍ରାସରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁ ଘଟିଛି। AI-171 ବିମାନ ବିଜୟ ରୂପାଣୀ ଯାତ୍ରା କରୁଥିଲେ। ଅହମଦାବାଦରେ ବିଜୟ ରୂପାଣିଙ୍କ ପତ୍ନୀ। ବିମାନ ବନ୍ଦରରେ ପହଞ୍ଚିବା ପରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଛି। ଦୁଃଖରେ ଭାଙ୍ଗି ପଡ଼ିଲେ ରୂପାଣିଙ୍କ ପତ୍ନୀ ଅଞ୍ଜଳି ରୂପାଣୀ।

ସୂଚନା ଅନୁଯାୟୀ, ବିଜୟ ରୂପାଣୀଙ୍କ ଝିଅ ଗତ ଛଅ ମାସ ଧରି ଲଣ୍ଡନରେ ଅଛନ୍ତି ଏବଂ ଆଜି ରୂପାଣୀ ତାଙ୍କ ଝିଅଙ୍କୁ ଫେରାଇ ଆଣିବା ପାଇଁ ଲଣ୍ଡନ ଯାତ୍ରା କରୁଥିଲେ। କିନ୍ତୁ ଯାତ୍ରା ଅଧା ରହିଗଲା। ନା ଝିଅ ପାଖେ ପହଞ୍ଚିପାରିଲେ ନା ଝିଅକୁ ଭେଟିପାରିଲେ। ବିମାନଟି ଉଡ଼ାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ କ୍ରାସ ଘଟିଥିଲା। ଆଉ ଏଥିରେ ୧୧୦ ଯାତ୍ରୀଙ୍କ ଯାତ୍ରା ଶେଷ ଯାତ୍ରା ପାଲଟିଛି। ମୃତକଙ୍କ ମଧ୍ୟରେ ସାମିଲ ଅଛନ୍ତି ବିଜୟ ରୂପାଣୀ।