ଆସନ୍ତା ୨୦ରେ ରାଜ୍ୟରେ ଖୋଲିବ ସ୍କୁଲ, ଶେଷ ହେବ ଗ୍ରୀଷ୍ମ ଅବକାଶ

ଓଏଲ୍ ବ୍ୟୁରୋ: ଚଳିତ ବର୍ଷର ଗ୍ରୀଷ୍ମ ଅବକାଶ ଶେଷ ପର୍ଯ୍ୟାୟରେ ପହଂଚିଛି। ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ। ୫୮ ଦିନ ପରେ ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨୨ ତାରିଖରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା। ୧୮ ତାରିଖ ପରିବର୍ତ୍ତେ ୨୦ରେ ସ୍କୁଲ ଖୋଲିବ। ୨୦ରୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।