Odisha Link
Bridging the Missing Links in Odisha

ଇସ୍ରାଏଲ୍‌-ଇରାନ୍ ଉତ୍ତେଜନା: ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ, ହେଲ୍ପଲାଇନ୍ ନମ୍ବର ଜାରି

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ହିଂସା ପଥ ଛାଡ଼ି କୂଟନୈତିକ ସ୍ତରରେ ଆଲୋଚନା ଜରିଆରେ ଦୁଇ ଦେଶ ପରସ୍ପର ମଧ୍ୟରେ ଥିବା ବିବାଦକୁ ସମାଧାନ କରିବା ଲାଗି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହଯାଇଛି। ଇସ୍ରାଏଲ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ଇରାନ ଉପରେ ଆକ୍ରମଣ କରାଯାଇଥିଲା। ଏହା ପରେ ଇରାନ ପାଲଟା ଜବାବ ଦେଇଛି। ଭାରତ ଉଭୟ ଦେଶକୁ ଆକ୍ରମଣ ପ୍ରତିଆକ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।

ଇସ୍ରାଏଲ୍‌-ଇରାନ୍ ଉତ୍ତେଜନା ପରେ MEAର ଆଡ୍‌ଭାଇଜରି ଜାରି କରିଛି। ଇରାନ୍‌ରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ହୋଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଗଠନ କରିଛି ବୈଦେଶିକ ମନ୍ତ୍ରାଳୟ। MEA ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ହେଲ୍ପଲାଇନ୍ ନମ୍ବର ହେଉଛି +୯୮ ୯୧୨୮୧୦୯୧୧୫ ଏବଂ +୯୮ ୯୧୨୮୧୦୯୧୦୯।