Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ପୌର ସଂସ୍ଥାକୁ ଚିଠି

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସଜେଇ ହେଉଛି ଶ୍ରୀକ୍ଷେତ୍ର। ପ୍ରସ୍ତୁତ ହେଉଛି ୩ ରଥ। ପୁରୀ ପ୍ରସାଶଵ ପକ୍ଷରୁ ଆରମ୍ଭ ହୋଇଛି ରଥଯାତ୍ରା ପ୍ରସ୍ତୁତି। ଏସବୁ ଭିତରେ ପୁରୀ ପୌର ସଂସ୍ଥାକୁ ଚିଠି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଶରଧାବାଲି ପବିତ୍ରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପରମର୍ଶ ଦେଇଛନ୍ତି। ରଥଯାତ୍ରା ସହ ପବିତ୍ର ଶରଧାବାଲିର ଅନେକ ଗୁରୁତ୍ବ ରହିଛି। ଶରଧାବାଲିକୁ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରାନଯାଉ। ସୁରକ୍ଷା ତଥା ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଉ ବୋଲି ପୁରୀ ପୌର ସଂସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଛି।