ପୂର୍ବତନ ବିଧାୟକ ସରକାରୀ କ୍ବାର୍ଟର୍ସ ଛାଡ଼ିବା ପ୍ରସଙ୍ଗ: ୩ଦିନ ସମୟ ଦେଲେ ବାଚସ୍ପତି

ଭୁବନେଶ୍ବର: ପୂର୍ବତନ ବିଧାୟକ ନିଜ ପାଖରେ ରଖିଥିବା ସରକାରୀ କ୍ବାର୍ଟରକୁ ୩ଦିନ ଭିତରେ ଖାଲି କରିବାକୁ ପଡ଼ିବ। ଏପରି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏଥିସହିତ ଯଦି ୩ଦିନ ମଧ୍ୟରେ ସରକାରୀ ଘର ନଛାଡ଼ିଲେ ତେବେ ଉକ୍ତ ବ୍ୟକ୍ତିଙ୍କ ନାମରେ ଏଫଆର ଦାୟର ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ପାତ୍ର।
ବିଧାୟକ କ୍ୱାଟର୍ସ ଭଙ୍ଗା ହୋଇ ବହୁତଳ କୋଠା ନିର୍ମାଣ ହେବ। କୋଠା ନିର୍ମାଣ ପାଇଁ ବର୍ତ୍ତମାନ କିଛି ବିଧାୟକଙ୍କୁ ମଧ୍ୟ କ୍ୱାର୍ଟର ଛାଡିବାକୁ ପଡିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ପାତ୍ର। ଏଥିସହତି ବିଧାନସଭା କର୍ମଚାରୀଙ୍କ ଲାଗି ଡ୍ରେସ କୋର୍ଡ ଏବଂ ବାୟୋମେଟ୍ରିକ କାର୍ଯ୍ୟକାରୀ କରାଯିବ। ଏବଂ ବିଧାନସଭା ପରିସରରେ ଲାଗିବ CCTV ଲାଗିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ପାତ୍ର।
ସୂଚନାଥାଉକି, ୨ ପୂର୍ବତନ ବିଧାୟକମାନଙ୍କୁ ଘର ଛାଡ଼ିବାକୁ ଗତ ସେପ୍ଟମ୍ବର 16ରେ ନୋଟିସ୍ ଜାରି କରିଥିଲେ ବାଚସ୍ପତି। ପୂର୍ବତନ ବିଧାୟକଙ୍କ କ୍ୱାର୍ଟରରୁ ଜଳ ଓ ବିଦ୍ୟୁତ ସଂଯୋଗ କାଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
୨୬ପୂର୍ବତନ ବିଧାୟକଙ୍କ ନାମ:
1-ଝିନ୍ନ ହିକ୍କକା
2-ସରୋଜିନୀ ହେମ୍ବ୍ରମ
3-ବସନ୍ତ ପଣ୍ଡା
4- ସଞ୍ଜୀବ ସାହୁ
5-ସରୋଜ ସାମଲ
6- ସଞ୍ଜୟ ଦାସବର୍ମା
7-ରମେଶ ମାଝୀ
8- କିଶୋର ତରାଇ
9-ପୁଷ୍ପେନ୍ଦ୍ର ସିଂହଦେଓ
10-ରବି ନାରାୟଣ ନାଏକ
11-ନୀତେଶ ଗଙ୍ଗଦେବ
12-ନନ୍ଦିନୀ ଦେବୀ
13- ମହେଶ ସାହୁ
14-ଦାମୋଦର ରାଉତ
15-ଦେବାଶିଷ ନାୟକ
16-ସାନନ୍ଦ ମାରାର୍ଣ୍ଡି
17-ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ
18- ଗୋଲକ ବିହାରୀ ନାଏକ
19-ବିଜୟଶ୍ରୀ ରାଉତରାୟ
20-ଧନେଶ୍ୱର ମାଝୀ
21-ବିଭୂତି ଭୂଷଣ ହରିଚନ୍ଦନ
22-ପ୍ରଭାତ ତ୍ରିପାଠୀ
23-ଭୂଜବଳ ମାଝୀ
24-ଯୁଗଳ କିଶୋର ପଟ୍ଟନାୟକ
25-ସ୍ୱର୍ଗତ ସୁବଳ ସାହୁ
26-ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ