କୂଅରେ ପଡି ରହିଛି ହାତୀ

ସୁନ୍ଦରଗଡ: ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବିରତୋଳା ଗାଁ ପଞ୍ଚୁପଡାର ପରିତ୍ୟକ୍ତ କୂଅରେ ହାତୀ ଗଳିପଡିଛି। ଘଟଣା ସ୍ଥଳରେ ପହଞ୍ଚି ହାତୀ ଉଦ୍ଧାର ପାଇଁ ବନବିଭାଗର ପ୍ରୟାସ ଜାରୀ ରହିଛି। କିଛିଦିନ ହେବ ୨୦ ଟି ହାତୀ ସେ ଅଞ୍ଚଳରେ ବୁଲୁଥିଲେ। ଗତକାଲି ରାତିରେ ହାତୀଟି କୂଅ ଭିତରେ ଫସି ଯାଇଥିବା ଜଣା ପଡ଼ିଛି ।ଜେସିବି ସାହାର୍ଯ୍ୟରେ ହାତୀକୁ ଉଦ୍ଧାର ଲାଗି ଉଦ୍ୟମ ଜାରୀ ରହିଛି।