ପ୍ରିୟଙ୍କା ଓ ନିକ୍ ପାଳିଲେ ପ୍ରଥମ ଦୀପାବଳି

ମୁମ୍ବାଇ: ଦେଶରେ ନୁହେଁ ବିଦେଶରେ ମଧ୍ୟ ଦୀପାବଳିର ଝଲକ ଦେଖିବାକୁ ମିଳିଛି । ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର ପ୍ରଥମ ଦୀପାବଳି ବିଦେଶରେ ପାଳନ କରିଛନ୍ତି । ସେ ୨୦୧୮ରେ ନିକ୍ ଜୋନାସ୍ ଙ୍କୁ ବିବାହ କରି ଆମେରିକାର ବୋହୂ ହୋଇଥିଲେ, କିନ୍ତୁ ନିଜ ଦେଶର ପରମ୍ପରାକୁ ଭୁଲି ନଥିଲେ । ଆମେରିକାରେ ପ୍ରିୟଙ୍କା ନିଜ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ସହ ହସଖୁସିରେ ଦୀପାବଳି ପାଳିଥିଲେ।
ଭାରତରେ ଥିବା ବେଳେ ପ୍ରିୟଙ୍କା ଏହି ଉତ୍ସବକୁ ଭରପୂର ଉପଭୋଗ କରୁଥିଲେ। ଏଥର ସେ ଶାଶୂଘର ଲୋକଙ୍କ ସହିତ ଆମେରିକାରେ ମଧ୍ୟ ଏହାକୁ ବେଶ୍ ଭଲ ଭାବେ ଉପଭୋଗ କରିଛନ୍ତି।
ପ୍ରିୟଙ୍କା ଗତକାଲି ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ। ସେ ଫଟୋରେ ତାଙ୍କ ସହିତ ନିକ୍ ମଧ୍ୟ ଅଛନ୍ତି। ତାହା ସହ ପ୍ରିୟଙ୍କା ଶାଢ଼ି ଓ ନିକ୍ ଧଳା ଶାର୍ଟ ଏବଂ କଳା ପ୍ୟାଣ୍ଟ୍ ପିନ୍ଧିଥିବାର ନଜର ଆସିଛନ୍ତି ।
ପ୍ରିୟଙ୍କା ଭାରତରେ ଥିବା ସମୟରେ ଦୀପାବଳିକୁ ବେଶ୍ ଧୁମଧାମରେ ପାଳନ କରୁଥିଲେ । ଏଥର ସେ ଆମେରିକାରେ ବେଶ୍ ଖୁସିରେ ଦୀପାବଳି ପାଳନ କରି ଫଟୋ ପୋଷ୍ଟ କରି ପ୍ରଶଂସକ ମାନଙ୍କୁ ଶୁଭେଚ୍ଛା ଜଣେଇଛନ୍ତି।