ଚାଷୀଙ୍କ ପାଇଁ ଖୁସି ଖବର, ନଭେମ୍ବରରେ ମିଳିବ ‘କାଳିଆ’ଟଙ୍କାର ଦ୍ୱିତୀୟ କିସ୍ତି

ଭୁବନେଶ୍ବର: ନଭେମ୍ବରରେ ପୁଣି ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ଦ୍ୱିତୀୟ କିସ୍ତିରେ ମିଳିବ ‘କାଳିଆ’ ଟଙ୍କା। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ସଚିବଙ୍କ କହିବା ମୁତାବକ କେବଳ ‘କାଳିଆ’ ଯୋଜନାରେ ତାଲିକାଭୁକ୍ତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତିରେ ‘କାଳିଆ’ ଦିଆଯିବ। କେତେ ଯୋଗ୍ୟ ଏବଂ କେତେ ଅଯୋଗ୍ୟ ‘କାଳିଆ’ ହିତାଧୀକାରୀ ଅଛନ୍ତି ସେନେଇ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା କହିଛନ୍ତି କୃଷି ସଚିବ।
ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ‘କାଳିଆ’ ହିତାଧିକାରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି କୃଷି ସଚିବ। ଏପରିକି ଅଗଷ୍ଟ ମାସରେ ଯୋଗ୍ୟ କାଳିଆ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା କହିଛନ୍ତି କୃଷି ସଚିବ। ସବୁଠାରୁ ବଡ଼କଥା ହେଲା କି, ୨୦୧୯ ସାଧାରଣ ନିର୍ବାଚନ ପରେ‘କାଳିଆ’ ଟଙ୍କା ପ୍ରଦାନ ଚାଲୁ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଆଉ ଅଯୋଗ୍ୟ ‘କାଳିଆ’ ହିତାଧୀକାରୀଙ୍କ ପାଖରୁ ଟଙ୍କା ଫେରସ୍ତ ଅଣାଯିବ ବୋଲି ଗତ ସେପ୍ଟେମ୍ବର ୧୮ରେ କହିଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ।
Comments are closed.