ପିଇଓଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଜୋତାରେ ପିଟିଲେ ମହିଳା

ଢେଙ୍କାନାଳ: ପିଇଓଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଜୋତାରେ ପିଟିଲେ ମହିଳା। ଲାଞ୍ଚ ନେଲେ, ହେଲେ କାମ କଲେନି। ଯାହାକୁ ନେଇ ମହିଳାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପିଇଓ।
ଏ ଘଟଣା ହେଉଛି ଢେଙ୍କାନାଳ କଙ୍କଡାହାଡ ବ୍ଲକ ଅନ୍ତର୍ଗତ ଘାଘରାମୁଣ୍ଡା ପଞ୍ଚାୟତ ଅଫିସର। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ପିଇଓ ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି ମହିଳା। ଆଉ ନୀରିହ ଲୋକଙ୍କୁ ଠକିଲେ କଣ ପରିଣତି ହୁଏ ତାର ନିଛକ ଦୃଶ୍ୟ ଦେଖିବାକୁ ମିଳିଛି ଘାଘରାମୁଣ୍ଡା ପଞ୍ଚାୟତ ଅଫିସରେ।
ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଇ ଆବାସ ନଦେବାରୁ ସରକାରୀ ବାବୁଙ୍କୁ ନିସ୍ତୁକ ମାଡ ମାରିଛନ୍ତି ମହିଳା। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜୋତାରେ ମାଡ ମରାଯାଉଛି। ମାଡ ଖାଉଥିବା ପିଇଓ ଜଣଙ୍କ ଘାଘରାମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ବସନ୍ତ ବେହେରା। ଘର କଙ୍କଡାହାଡ ଥାନା ଅନ୍ତର୍ଗତ ଗତରେଇ ଗାଁରେ। ପିଇଓ ଟଙ୍କା ନେବା କଥା ଜଣାପଡିବା ପଡିବା ପରେ ନେଇଥିବା ଟଙ୍କା ଫେରାଇବାକୁ ଅଡି ବସିଥିଲେ ଲୋକେ। ହେଲେ ଟଙ୍କା ଫେରି ନପାଇବାରୁ ତାଙ୍କୁ ଘେରିଯାଇ ଜୋତାମାଡ କରିଥିଲେ। କଳାକାରନାମା ପଦାରେ ପଡିଯିବା ଭୟରେ ବାବୁ ମଧ୍ୟ କାନ ମୁଣ୍ଡ ଆଉଁଶି ବାଧ୍ୟ ହୋଇ ଚୁପ୍ ରହିଥିଲେ। ହେଲେ କେହି ଜଣେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିବା ପରେ ଘଟଣା ପଦାକୁ ଆସିଛି।
Comments are closed.