ଖୋଲିଲା ସ୍ମିତାରାଣୀଙ୍କ ଲକର

ଯାଜପୁର: ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଅଫିସ ଲକର୍କୁ ଆଜି ପୁଲିସ୍ ଭାଙ୍ଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ୍ ଆଜି ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଥିବା ସ୍ମିତାରାଣୀଙ୍କ ଅଫିସ ଆଲମିରାର ଲକ୍ ଭାଙ୍ଗିବା ସହ କାଗଜପତ୍ରର ଯାଞ୍ଚ୍ କରିଛି। ଏହି ସମୟରେ ଧର୍ମଶାଳା ବ୍ଲକ୍ ବିଡିଓ ଓ ସ୍ମିତାରାଣୀଙ୍କ ସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ। ଲକର୍ ଭିତରୁ ମିଳିଥିବା ବିଭିନ୍ନ କାଗଜପତ୍ରର ଯାଞ୍ଚ କରାଯାଉଛି।
ସୂଚନା ଅନୁସାରେ ଗତ ମାସ ୧୬ ତାରିଖରେ ହରିଦାସପୁର ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସ୍ରୁ ପିଇଓ ସ୍ମିତାରାଣୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା।